MS Dhoni ଜିତିଲେ ୨୪ ବର୍ଷୀୟ ଯୁବ ସ୍ପିନରଙ୍କ ହୃଦୟ: ଚେପକ୍ରେ ଦେଖିବାକୁ ମିଳିଲା ଭାବପୂର୍ଣ୍ଣ ମୁହୂର୍ତ୍ତ ନୂଆଦିଲ୍ଲୀ/ଚେନ୍ନାଇ: କ୍ରିକେଟ୍ ଜଗତରେ ଏମିତି କିଛି ମୁହୂର୍ତ୍ତ ଆସେ ଯାହା କେବଳ ସ୍କୋରବୋର୍ଡରେ ସୀମିତ ରହେନାହିଁ, ବରଂ ପ୍ରଶଂସକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଏ। କିଛି କଥା ମନ କୁ ଚହଳାର ପୂର୍ବକୁ ମନେ ପକାଇ ଦେଇଥାଏ ସେମିତି ଆମେ କିଛି ଏମିତି କଥା ମନେ ପକେଇ ଦେଉଛୁ ୨୦୨୫ ରବିବାର (୨୩ ମାର୍ଚ୍ଚ) ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ନିଜର ମହାନତା ପାଇଁ ପୁଣିଥରେ ଚର୍ଚ୍ଚାରେ ଆସିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳି ବିଗ୍ନେଶ ପୁଥୁରଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ଧୋନି ତାଙ୍କୁ ଯେଉଁଭଳି ଭାବେ ଉତ୍ସାହିତ କରିଥିଲେ, ତାହା ଆଜି ବି ମନେ ରଖିବା ଭଳି କଥା । କିଏ ଏହି ବିଗ୍ନେଶ ପୁଥୁର? ଏକ ସଂଘର୍ଷପୂର୍ଣ୍ଣ କାହାଣୀ ଆଇପିଏଲ୍ ୨୦୨୫ର ତୃତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିଲା, ଯାହାଙ୍କ ନାମ ଥିଲା ବିଗ୍ନେଶ ପୁଥୁର। କେରଳର ଏହି ୨୪ ବର୍ଷୀୟ ଯୁବ ସ୍ପିନରଙ୍କ କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ। ବିଗ୍ନେଶ ଜଣେ ଗରିବ ଅଟୋରିକ୍ସା ଚାଳକ ଏବଂ ଗୃହିଣୀଙ୍କ ପୁଅ। ଆର୍ଥିକ ଅଭାବ ସତ୍ତ୍ୱେ କ୍ରିକେଟ୍ ପ୍ରତି ଥିବା ତାଙ୍କ...