IPL 2026: ପଞ୍ଜାବ କିଙ୍ଗସର ଦମଦାର ବିଜୟ; କୁପର କୋନୋଲିଙ୍କ ବିସ୍ଫୋରକ ବ୍ୟାଟିଂରେ ପରାସ୍ତ ହେଲା ଗୁଜରାଟ ଟାଇଟନ୍ସ ନୂଆ ଚଣ୍ଡିଗଡ଼: (IPL) ୨୦୨୬ର ଏକ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗସ (PBKS) ଗୁଜରାଟ ଟାଇଟନ୍ସ (GT) କୁ ୩ ଉଇକେଟରେ ପରାସ୍ତ କରିଛି। ମୁଲ୍ଲାନ୍ପୁରର ନୂତନ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଯୁବ ତାରକା କୁପର କୋନୋଲିଙ୍କ ଅପରାଜିତ ୭୨ ରନର ଇନିଂସ ବଳରେ ପଞ୍ଜାବ ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ ଦର୍ଶକକୁ ଏହି ଖେଳ ପଞ୍ଜାବ ଓ ଗୁଜରାଟ ର ଖେଳ ଟିକେ ମଜା ଲାଗି ନଥିବ କାରଣ IPL ର ପ୍ରଥମ ଦିନରୁ ହିଁ ୬ ଓ ୪ ର ବର୍ଷା ହେଉଥାଏ କାଲିର ଖେଳରେ ୬ ଓ ୪ ର ତାତି ହେଉଥାଏ ବା କମ ମାତ୍ରାରେ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଆରମ୍ଭରୁ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁଜରାଟ ଟାଇଟନ୍ସ ପାଇଁ ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ ଓପନିଂ କରିବାକୁ ମୈଦାନକୁ ଓହ୍ଲାଇଥିଲେ। ଗୁଜରାଟ ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଗୁଜରାଟର ଆରମ୍ଭ ସେତେଟା ଭଲ ରହିନଥିଲା। ମାତ୍ର ୧୩ ରନ କରି ସାଇ ସୁଦର୍ଶନ ମାର୍କୋ ଜାନସେନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଅଭିଜ୍ଞ ଜୋସ୍ ବ...